PWD Ganjam
@pwd_ganjam
Official handle of Works Department, Ganjam District, Odisha
ID: 1371872464465137667
16-03-2021 17:14:42
207 Tweet
207 Followers
19 Following
Hon'ble Minister of Works, Shri Prafulla Kumar Mallick along with Er Manoranjan Misra, Special Secretary & other Works Department, Odisha officials reviewed & tested the automatic gates of the check dam-cum-weir under the high-level bridge over Ramial river on Dhenkanal-Kamakhyanagar road.
ମାନନୀୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଇଂ ମନୋରଞ୍ଜନ ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ ଓ Works Department, Odisha ର ଅନ୍ୟ ଅଧିକାରୀ ମାନଙ୍କ ସହିତ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ରାମିଆଳ ନଦୀ ଉପରେ ଥିବା ସୁଉଚ୍ଚ ସେତୁ ତଳେ ଚେକ ଡ୍ୟାମ-ତଥା-ୱେର ର ସ୍ୱୟଂଚାଳିତ ଫାଟକଗୁଡିକ ସମୀକ୍ଷା ଓ ଯାଞ୍ଚ କରିଥିଲେ।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik କାଳିଆ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ। ଏହି ଅବସରରେ ୮୦୦ କୋଟିରୁ ଅଧିକ ଟଙ୍କାର ସହାୟତା ବଣ୍ଟନ କରାଯିବ ଓ ପ୍ରାୟ ୪୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହାଦ୍ବାରା ଲାଭବାନ ହେବେ। #OdishaForFarmers #Kalia
Warm greetings from Works Department, Odisha on the auspicious occasion of #AkshayaTritiya. ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନିର୍ମାଣ ବିଭାଗ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ।
Er Manoranjan Mishra, Special Secretary, and other PWD Ganjam officials reviewed the progress of major ongoing infrastructure projects in Ganjam, including the ITI Building at Bhanjanagar, Berhampur Ring Road & Multi-Purpose Halls.
ଇଂ ମନୋରଞ୍ଜନ ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ, ଏବଂ PWD Ganjam ର ଅନ୍ୟ ଅଧିକାରୀଗଣ ଭଞ୍ଜନଗର ଠାରେ ଆଇଟିଆଇ କୋଠା, ବ୍ରହ୍ମପୁର ରିଙ୍ଗ୍ ରୋଡ଼ ଏବଂ ମଲ୍ଟି ପ୍ରପୋଜ୍ ହଲ ସମେତ ବର୍ତ୍ତମାନ ଚାଲିଥିବା ପ୍ରମୁଖ ସଂରଚନା ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ।
ମା' ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
'ମୋ ସରକାର' କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଏହାକୁ ବିକାଶର ଏକ ନୂଆ ମଡେଲ୍ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବିଭାଗକୁ ପରାମର୍ଶ ଦେବା ସହିତ ସମସ୍ତ ସରକାରୀ କାର୍ଯ୍ୟକ୍ରମର ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ 'ମୋ ସରକାର' ଉପକ୍ରମରେ Finance Department, Works Department, Odisha, ଓ ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ବିଭାଗ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଆସ୍ଥା ସ୍ଥାପନ କରିବାରେ ସଫଳ ହେଉଛି।
ଏହି କାର୍ଯ୍ୟକ୍ରମ ପ୍ରଶାସନିକ ପ୍ରକ୍ରିୟାରେ ଏବେ ଲୋକଙ୍କ ସହଭାଗୀତା ବୃଦ୍ଧି କରିଛି। ନାଗରିକଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ଏ ଦିଗରେ ନିରନ୍ତର ପ୍ରୟାସ ଦ୍ବାରା ଏକ ସମତା ଏବଂ ନ୍ୟାୟଭିତ୍ତିକ ସମାଜ ଗଠନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରି କହିଛନ୍ତି। #MoSarkar MoSarkar 5T