Devisankar Dash (@devisankardash) 's Twitter Profile
Devisankar Dash

@devisankardash

Chairman, Kendujhar Khabar Foundation,

Chief Editor, Kendujhar Khabar

ID: 165778401

calendar_today12-07-2010 14:28:44

1,1K Tweet

426 Followers

180 Following

Devisankar Dash (@devisankardash) 's Twitter Profile Photo

ପଚାରିଲି ଜୀବନଟା କେଉଁଆଡେ ଯାଏ ଜବାବ ଫେରିଲା ମୁଁ  ଯେଉଁଆଡେ ଥାଏ ମାଟିଛୁଆଁ ମେଘ ତାକୁ ଭଲଲାଗେ କାଳେ ହାତମୁଠା ଖୋଲିଦେଲି ମେଘ ହିଁ ମେଞ୍ଚାଏ ପ୍ରେମ ଗପ ଚିରକାଳ ମିଶାଣ ଫେଡାଣ ଚାରିଭାଗ ବିରହରେ ଭାଗେ ପ୍ରେମ ହାଏ Manas R Dash

ପଚାରିଲି ଜୀବନଟା କେଉଁଆଡେ ଯାଏ
ଜବାବ ଫେରିଲା ମୁଁ  ଯେଉଁଆଡେ ଥାଏ

ମାଟିଛୁଆଁ ମେଘ ତାକୁ ଭଲଲାଗେ କାଳେ
ହାତମୁଠା ଖୋଲିଦେଲି ମେଘ ହିଁ ମେଞ୍ଚାଏ

ପ୍ରେମ ଗପ ଚିରକାଳ ମିଶାଣ ଫେଡାଣ
ଚାରିଭାଗ ବିରହରେ ଭାଗେ ପ୍ରେମ ହାଏ

Manas R Dash
Devisankar Dash (@devisankardash) 's Twitter Profile Photo

ଆପଣ ନିଜକୁ ନିଜ ଛାଇଠୁ ଅଲଗା କରିପାରିବେ ନିଜ ପାପଠୁ ନୁହେଁ ।। #ଦେବୀଦୋହା

Devisankar Dash (@devisankardash) 's Twitter Profile Photo

କବିତା ଦ୍ବାରା ପ୍ରେମିକାର ମନ ଜିଣିହୁଏ ତା ବାପା, ଭାଇର ନୁହେଁ । #ଏନୁହେଁକାହାଣୀ #ଦେବୀଦୋହା

Devisankar Dash (@devisankardash) 's Twitter Profile Photo

ଜୀବନ ସବୁବେଳେ ତା ଇଚ୍ଛାରେ ଚାଲେ ଆମେ କେବଳ ତାକୁ ନିଜ ଇଚ୍ଛାରେ ଚଲାଇବାକୁ ଚେଷ୍ଟା କରୁ । #ଏନୁହେଁକାହାଣୀ

Devisankar Dash (@devisankardash) 's Twitter Profile Photo

ଅତିରିକ୍ତ ମେଘ ବନ୍ୟା ଦିଏ ଅତ୍ୟଧିକ ପ୍ରେମ ବିରହ ପାଏ ।। #ଏନୁହେଁକାହାଣୀ #ଦେବୀଦୋହା

Devisankar Dash (@devisankardash) 's Twitter Profile Photo

ପ୍ରେମ ଅଧୁରା ରହିଲେ ଦୀର୍ଘଜୀବୀ ହୁଏ ମିଳନ ଅପେକ୍ଷା ବିରହର ଦାମ ଅଧିକା ତେଣୁ କବିତାରେ । #ଏନୁହେଁକାହାଣୀ

Devisankar Dash (@devisankardash) 's Twitter Profile Photo

ଫୁଲ ବୋଲି ମୁଁ ଯାହାକୁ କହେ ଆଜିକାଲି ସେ ଲୁହରେ ରହେ  || ଭାରି ମନେପଡେ ତାର ସେ ଚେହେରା ସବୁ ଗାଲ କଣ ଭଉଁରି ପାଏ  || ପଚାରିଲା କେତେ ଭଲପାଅ ମତେ କହିଲି ମାଟିରୁ ଆକାଶ ଯାଏଁ  || #ଏନୁହେଁକାହାଣୀ Manas R Dash @ranjankaka369

ଫୁଲ ବୋଲି ମୁଁ ଯାହାକୁ କହେ
ଆଜିକାଲି ସେ ଲୁହରେ ରହେ  ||

ଭାରି ମନେପଡେ ତାର ସେ ଚେହେରା
ସବୁ ଗାଲ କଣ ଭଉଁରି ପାଏ  ||

ପଚାରିଲା କେତେ ଭଲପାଅ ମତେ
କହିଲି ମାଟିରୁ ଆକାଶ ଯାଏଁ  ||

#ଏନୁହେଁକାହାଣୀ

Manas R Dash @ranjankaka369
Devisankar Dash (@devisankardash) 's Twitter Profile Photo

ଭସାମେଘ ପରି ପ୍ରେମ ଆସେ ଆଉ ଯାଏ ସବୁବେଳେ ସବୁଥର ତୋ ନାଁ କହିଯାଏ !!! ଜାଣିଛି ଆଜି ମୁଁ ଦରକାରୀ ନୁହେଁ କେବେ ତ ନିଜର ଥିଲି ଏତିକି ତ ପୁଣ୍ୟ ପାଏ !!! highlight #ଏନୁହେଁକାହାଣୀ

Devisankar Dash (@devisankardash) 's Twitter Profile Photo

ବାଟସାରା ଜହ୍ନରାତି ତୁ ଥିଲେ ସାଥିରେ ମରଣ ବି ମହୁଭର୍ତ୍ତି, ତୁ ଥିଲେ ସାଥିରେ ସବୁଥର ଭାବେ ଦେବିନି ହୃଦୟ ଯଉବନ ଅଠାକାଠି, ତୁ ଥିଲେ ସାଥିରେ Manas R Dash @ranjankaka369 #ଏନୁହେଁକାହାଣୀ

ବାଟସାରା ଜହ୍ନରାତି ତୁ ଥିଲେ ସାଥିରେ
ମରଣ ବି ମହୁଭର୍ତ୍ତି, ତୁ ଥିଲେ ସାଥିରେ

ସବୁଥର ଭାବେ ଦେବିନି ହୃଦୟ
ଯଉବନ ଅଠାକାଠି, ତୁ ଥିଲେ ସାଥିରେ

Manas R Dash
@ranjankaka369
#ଏନୁହେଁକାହାଣୀ
Devisankar Dash (@devisankardash) 's Twitter Profile Photo

ମନେପଡେ ଛାଇନିଦ ଉଷୁମ ତୋ କୋଳ ମନେପଡେ ପ୍ରେମବୋଳା ଦୁଷ୍ଟ ଖରାବେଳ  ।। ୦ ।। ହାରିବି ମୁଁ କଥା ଥିଲା ଜିତାପଟ ତୋର ମନେପଡେ ସେଦିନର ଛକିଶୂନ ଖେଳ  ।। ୧ ।। ତୋ ଦେହ ବଗିଚାରେ ମୁଁ ଏକା ଭଅଁର ମନେପଡେ ନିଛାଟିଆ ସେଇ ନଈକୂଳ  ।। ୨ ।। Manas R Dash

ମନେପଡେ ଛାଇନିଦ ଉଷୁମ ତୋ କୋଳ
ମନେପଡେ ପ୍ରେମବୋଳା ଦୁଷ୍ଟ ଖରାବେଳ  ।। ୦ ।।

ହାରିବି ମୁଁ କଥା ଥିଲା ଜିତାପଟ ତୋର
ମନେପଡେ ସେଦିନର ଛକିଶୂନ ଖେଳ  ।। ୧ ।।

ତୋ ଦେହ ବଗିଚାରେ ମୁଁ ଏକା ଭଅଁର
ମନେପଡେ ନିଛାଟିଆ ସେଇ ନଈକୂଳ  ।। ୨ ।।

Manas R Dash
Devisankar Dash (@devisankardash) 's Twitter Profile Photo

ମୁଁ ବି ନଥିବି, ଏଇ ପୃଥିବୀରେ, ତମେ ବି ନଥିବ ଦିନେ ଆମର ଏ ଗୀତ, ଗାଉଥିବ କେହି, ଗୁଣୁଗୁଣୁ ହୋଇ ମନେ କେହି ବସିଥିବ, ନିଶୂନ ତୁଠରେ, ନିଛାଟିଆ ଖରାବେଳେ ତମେ ଚାଲିଗଲେ, ଜିଇଁବା ମରଣ, କହୁଥିବ କେହି କାନେ Manas R Dash

ମୁଁ ବି ନଥିବି, ଏଇ ପୃଥିବୀରେ, ତମେ ବି ନଥିବ ଦିନେ
ଆମର ଏ ଗୀତ, ଗାଉଥିବ କେହି, ଗୁଣୁଗୁଣୁ ହୋଇ ମନେ

କେହି ବସିଥିବ, ନିଶୂନ ତୁଠରେ, ନିଛାଟିଆ ଖରାବେଳେ
ତମେ ଚାଲିଗଲେ, ଜିଇଁବା ମରଣ, କହୁଥିବ କେହି କାନେ

Manas R Dash
Devisankar Dash (@devisankardash) 's Twitter Profile Photo

ମନେପଡେ ଛାଇନିଦ ଉଷୁମ ତୋ କୋଳ ମନେପଡେ ପ୍ରେମବୋଳା ଦୁଷ୍ଟ ଖରାବେଳ  ।। ୦ ।। ହାରିବି ମୁଁ କଥା ଥିଲା ଜିତାପଟ ତୋର ମନେପଡେ ସେଦିନର ଛକିଶୂନ ଖେଳ  ।। ୧ ।। ତୋ ଦେହ ବଗିଚାରେ ମୁଁ ଏକା ଭଅଁର ମନେପଡେ ନିଛାଟିଆ ସେଇ ନଈକୂଳ  ।। ୨ ।। Manas R Dash @ranjankaka369

Devisankar Dash (@devisankardash) 's Twitter Profile Photo

ପଚାରିଲି ଜୀବନଟା କେଉଁଆଡ଼େ ଯାଏ ଜବାବ ଫେରିଲା ସେ ଯେଉଁଆଡ଼େ ଥାଏ !!! ବିଶ୍ବ ମାତୃଭାଷା ଦିବସରେ ମୋର ଏ ଗଜଲ । ମତାମତ ଅପେକ୍ଷାରେ ।

Devisankar Dash (@devisankardash) 's Twitter Profile Photo

ଓଷ୍ଟା ଟେଷ୍ଟପେପର ପରି ତମ ରାଗ ସହଜରେ ସରେନାହିଁ ବର୍ଣ୍ଣବୋଧ ପରି ତମ ପ୍ରେମ ସରିଯାଏ ମନ ଭରେନାହିଁ !! #ଏନୁହେଁକାହାଣୀ

ଓଷ୍ଟା ଟେଷ୍ଟପେପର ପରି ତମ ରାଗ
ସହଜରେ ସରେନାହିଁ
ବର୍ଣ୍ଣବୋଧ ପରି ତମ ପ୍ରେମ
ସରିଯାଏ ମନ ଭରେନାହିଁ !!

#ଏନୁହେଁକାହାଣୀ
Devisankar Dash (@devisankardash) 's Twitter Profile Photo

ଜୀବନଟା ସବୁବେଳେ ରବିବାର ଭଳି ଆମେ ହିଁ ତାକୁ ସୋମବାର କରିଦେଉ ।। #ଏନୁହେଁକାହାଣୀ #କାର୍ଯ୍ୟବ୍ୟସ୍ତତା #workload #ଅଣନିଃଶ୍ବାସୀପଣ

Devisankar Dash (@devisankardash) 's Twitter Profile Photo

କାଳବୈଶାଖୀ ସାମୟିକ ରିହାତି ଦିଏ ଡହଡହ ଖରାରୁ । ପୂର୍ଣ୍ଣରୂପେ ଗ୍ରୀଷ୍ମକଷ୍ଟ ନିବାରଣ ପାଇଁ ବର୍ଷାଋତୁକୁ ଅପେକ୍ଷା କରିବାକୁ ପଡେ । ସମୟ ପୂର୍ବରୁ କେଉଁଠି କିଛି ହୁଏନାହିଁ । ନା ପ୍ରେମ, ନା ଯୁଦ୍ଧ !!! #ଏନୁହେଁକାହାଣୀ Manas R Dash likhnewala✍️

Devisankar Dash (@devisankardash) 's Twitter Profile Photo

ଅପରେସନ ସିନ୍ଦୁର ମାଧ୍ୟମରେ ଉପଯୁକ୍ତ ପ୍ରତିଶୋଧ ନେଇଥିବାରୁ ଭାରତୀୟ ସେନାର ତିନି ବାହିନୀ ଓ ସୁଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୋର କୃତଜ୍ଞତା ।। ମୋ ଦେଶ ଯଶସ୍ବୀ ହେଉ, ସଶକ୍ତ ଥାଉ । ଧନ୍ୟବାଦ ଆଦରଣୀୟ ପ୍ରଧାନମନ୍ତ୍ରୀ । highlight