ଚାଣକ୍ୟ ନୀତି (@odiachanakya) 's Twitter Profile
ଚାଣକ୍ୟ ନୀତି

@odiachanakya

ଆଚାର୍ଯ୍ୟ ଚାଣକ୍ୟଙ୍କର ବିଶିଷ୍ଟ ରଚନା ହେଉଛି " କୌଟିଲ୍ୟ ଶାସ୍ତ୍ର "; ତାଙ୍କର ବହୁବିଧ ରଚନା ମାନଙ୍କ ମଧ୍ୟରେ ସମାଜରେ ସମସ୍ତଙ୍କ ପାଇଁ ଉପଦେଶାବଳୀ ହେଉଛି " ଚାଣକ୍ୟ ନୀତି " |

ID: 891734995865407488

calendar_today30-07-2017 18:59:25

82 Tweet

389 Followers

247 Following

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ଆୟୁ, କର୍ମ, ଧନ, ବିଦ୍ୟା ଓ ମୃତ୍ୟୁ - ଏହି ପାଞ୍ଚ ବିଷୟ ମାତୃ ଗର୍ଭସ୍ଥ ଭୃଣରେ ପୂର୍ବଜନ୍ମ କର୍ମର ଫଳ ପୂର୍ବଜନ୍ମର ସଂସ୍କାର ରୂପରେ ନବଜାତକ ଠାରେ ପର୍ଯ୍ୟବେସିତ ହୋଇଥାଏ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

କୋଇଲିର ସୌନ୍ଦର୍ଯ୍ୟ ତାହାର ସୁମଧୁର ସ୍ଵର | କୁରୂପ ମଣିଷଙ୍କର ସୌନ୍ଦର୍ଯ୍ୟ ତାଙ୍କର ବିଦ୍ୟା ଏବଂ ସାଧୁ ସନ୍ଥଙ୍କର ସୌନ୍ଦର୍ଯ୍ୟ ତାଙ୍କର କ୍ଷମାଗୁଣ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

କୌଣସି ପରିସ୍ଥତିରେ ଯଦି ଏକ ପରିବାରର ଉନ୍ନତି ପାଇଁ ସେହି ପରିବାରର କୌଣସି ବ୍ୟକ୍ତିକୁ ତ୍ୟାଗ କରିବାକୁ ହୁଏ; ତେବେ ଏହା ଅନ୍ୟାୟ ନୁହେଁ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

କୌଣସି ଗ୍ରାମରେ ଗୋଟିଏ ପରିବାର ପାଇଁ ଗ୍ରାମର କ୍ଷତି ହେଉଥିଲେ ସେହି ପରିବାରକୁ ବର୍ଜନ କରିବା ଉଚିତ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ଦେଶକୁ ରକ୍ଷା କରିବା ପାଇଁ ଆବଶ୍ୟକ ହେଲେ ଗୋଟିଏ ବା ତତୋଧିକ ଗ୍ରାମକୁ ତ୍ୟାଗ କରିବ; କିନ୍ତୁ ନିଜକୁ ରକ୍ଷା କରିବା ପାଇଁ ସବୁକିଛି ତ୍ୟାଗ କରିବ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ମୌନ ରହୁଥିବା ଲୋକଙ୍କ ସହ କେହି କଳି କରିପାରନ୍ତି ନାହିଁ | ସଦା ସାବଧାନ ରହିଥିବା ବ୍ୟକ୍ତି ବିପଦକୁ ଭୟ କରନ୍ତି ନାହିଁ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ରାବଣର ଅତି ଗର୍ବ ହେତୁ ଲଙ୍କା ଧ୍ଵଂସ ହେଲା | ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ | ଅତି ମାତ୍ରାରେ ଯେ କୌଣସି ବିଷୟ ବର୍ଜନୀୟ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ସମର୍ଥ ବ୍ୟକ୍ତିଙ୍କ ପାଇଁ କୌଣସି ବିଷୟ କଠିନ ନୁହେଁ | ବିଦ୍ଵାନ ବ୍ୟକ୍ତିଙ୍କ ପାଇଁ କୌଣସି ସ୍ଥାନ ବିଦେଶ ନୁହେଁ | ମଧୁରଭାଷୀ ବ୍ୟକ୍ତିଙ୍କ ପକ୍ଷରେ କେହି ପର ନୁହନ୍ତି |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ଧର୍ମ,ଅର୍ଥ,କାମ,ମୋକ୍ଷ-ଏହି ୪ ପୁରୁଷାର୍ଥରୁ ଯେ କୌଣସି ଏକ ପୁରୁଷାର୍ଥର ଯେ ଅଧିକାରୀ ହୋଇ ନପାରନ୍ତି,ସେ ଜନ୍ମ ଜନ୍ମ ଧରି ମର୍ତ୍ତ୍ୟରେ ଜନ୍ମ ନେଇ ମୃତ୍ୟୁବରଣ କରନ୍ତି |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ଯେଉଁଠାରେ ମୂର୍ଖଙ୍କୁ ଆଦର କରାଯାଏ ନାହିଁ, ଯେଉଁଠାରେ ଧନସମ୍ପତ୍ତି ସଞ୍ଚିତ ହୋଇଥାଏ ଏବଂ ପତିପତ୍ନୀ ସୁଖଶାନ୍ତିରେ ବାସ କରନ୍ତି, ସେଠାରେ ସାକ୍ଷାତ ଲକ୍ଷ୍ମୀ ବିରାଜନ୍ତି

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ନିଜର ସନ୍ତାନ ପ୍ରତି ସଜାଗ ରହି ତାହାକୁ ଉତ୍ତମ ପରିବେଶରେ, ସତ୍ ଲୋକଙ୍କ ମେଳରେ ଲାଳନ ପାଳନ କଲେ ଶିଶୁ ବଡ ହୋଇ ଭବିଷ୍ୟତ ଜୀବନରେ ଉନ୍ନତି କରେ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ଏହି ଦେହ ଯେତେଦିନ ସୁସ୍ଥ ରହିଥିବ, ମୃତ୍ୟୁ ଦୂରେଇଯିବ | ତେଣୁ ବଞ୍ଚିଥିବା ଯାଏ ନିଜର ତଥା ଅନ୍ୟର କଲ୍ୟାଣକାରୀ କର୍ମ କର | ମରିଗଲେ କଣ କିଛି କରିପାରିବ ?

ଚାଣକ୍ୟ ନୀତି (@odiachanakya) 's Twitter Profile Photo

କାମଧେନୁ ସ୍ଵରୂପ ବିଦ୍ୟା ଅସମୟରେ କାମରେ ଆସେ | ପ୍ରବାସ କାଳରେ ମାତାଙ୍କ ସଦୃଶ ଏହା ସକଳ ପ୍ରକାରେ ଯତ୍ନ ନିଏ | ବିଦ୍ୟା ଗୁପ୍ତଧନ ସ୍ଵରୂପ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ସାଂସାରିକ ସମସ୍ୟାରେ ବିପର୍ଯ୍ୟସ୍ତ ଗୃହସ୍ଥଙ୍କର ବିଶ୍ରାମର ସ୍ଥାନ ତିନିଗୋଟି; ଯଥା - ପତ୍ନୀ, ସନ୍ତାନ ତଥା ସଜ୍ଜନବୃନ୍ଦଙ୍କ ସହ ସଙ୍ଗତି |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ରାଜା ଥରେ ମାତ୍ର କୁହନ୍ତି (ଆଦେଶ ଦିଅନ୍ତି )| ପଣ୍ଡିତ ମାନେ ଥରେ ମାତ୍ର ଶିକ୍ଷା ବିଷୟରେ କୁହନ୍ତି | କନ୍ୟାଦାନ ଥରେ ମାତ୍ର ହୋଇଥାଏ | ଏହି ତିନୋଟି ଥରେ ମାତ୍ର ହୁଏ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ଏକାକୀ ଧ୍ୟାନ, ଦୁଇଜଣ ମିଳି ଅଧ୍ୟୟନ, ତିନିଜଣ ମିଳି ସଂଗୀତ ଚର୍ଚ୍ଚା, ଚାରିଜଣ ମିଶି ବିଦେଶ ଏବଂ ପାଞ୍ଚଜଣ ମିଶି ଚାଷ କରିବ; କିନ୍ତୁ ଯୁଦ୍ଧ କରିବା ପାଇଁ ବହୁତ ଲୋକ ଆବଶ୍ୟକ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ଯେଉଁ ପତ୍ନୀଙ୍କର ହୃଦୟ ପବିତ୍ର, ଯେ ଗୃହକର୍ମରେ ନିପୁଣା, ପତିବ୍ରତା, ପତିଙ୍କର ପ୍ରିୟା ଏବଂ ସତ୍ୟବାଦିନୀ, ସେ ହେଉଛନ୍ତି ଆଦର୍ଶ ପତ୍ନୀ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ଯେଉଁ ଧର୍ମ ମନରେ ଦୟାଭାବ ଉଦ୍ରେକ କରିପାରେ ନାହିଁ, ଯେଉଁ ଗୁରୁ ଶିକ୍ଷା ଦେବାକୁ ଅଯୋଗ୍ୟ, ଯେଉଁ ପତ୍ନୀ ସଦା କ୍ରୋଧାନ୍ଵିତ ହୋଇ ରୁହନ୍ତି ଏବଂ ଯେଉଁ ବନ୍ଧୁବାନ୍ଧବ ସହାୟତା କରିବାକୁ ବିମୁଖ, ସେମାନଙ୍କୁ ତ୍ୟାଗ କରିବା ଉଚିତ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

କୌଣସି କାର୍ଯ୍ୟ ପାଇଁ କେଉଁ ସମୟ ଉପଯୁକ୍ତ, କେଉଁ ମିତ୍ର ସାହାଯ୍ୟ କରିବେ, କେଉଁ ଦେଶ ଏଥିପାଇଁ ଉପଯୁକ୍ତ, କେତେ ଆୟ ବ୍ୟୟ ହେବ, ମୁଁ କିଏ ଏବଂ ମୋର ଶକ୍ତି କେତେ, ଏହା କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରିବ |

ଚାଣକ୍ୟ ନୀତି (@odiachanakya) 's Twitter Profile Photo

ମୂର୍ଖ ବ୍ୟକ୍ତିର ହୃଦୟ ଶୂନ୍ୟ ଅର୍ଥାତ କୌଣସି ବିଷୟରେ ତାହାର ଜ୍ଞାନ ନ ଥିବାରୁ ସେ କୌଣସି ପରିବେଶରେ ନିଜକୁ ଉପଯୋଗ କରି ନ ପାରିବାରୁ ନିଜକୁ ହୀନ ମନେକରେ |