Prafulla Mallik (@prafulla_mallik) 's Twitter Profile
Prafulla Mallik

@prafulla_mallik

Minister Work,Steel & Mines,Govt of Odisha

ID: 720111732920885248

calendar_today13-04-2016 04:49:50

207 Tweet

1,1K Takipçi

22 Takip Edilen

Prafulla Mallik (@prafulla_mallik) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୦୦ ଶଯ୍ୟା ବିଶିଷ୍ଟ ତଥା ଟ୍ରମା କେୟାର ଓ ୩୪ ଆସିୟୁ ଶଯ୍ୟା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଥାଇ କେନ୍ଦ୍ରାପଡ଼ା ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍ସର ଉଦ୍‌ ଘାଟନ, ରାଜ୍ୟର ଉନ୍ନତ ସ୍ଵାସ୍ଥ୍ୟସେବା ଦିଗରେ ଆଉ ଏକ ନୂତନ ଅଧ୍ୟାୟର ସୂତ୍ରପାତ କରିଛି l

Prafulla Mallik (@prafulla_mallik) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ " ସଫଳ " ର ଲୋକାର୍ପଣ, କୃଷି ଓ କୃଷକ ସଶକ୍ତିକରଣ ଦିଗରେ ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ l

Prafulla Mallik (@prafulla_mallik) 's Twitter Profile Photo

କୃଷି ଓ କୃଷକ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ନିମନ୍ତେ ୪୦ ରୁ ଊର୍ଦ୍ଧ୍ୱ ବ୍ୟାଙ୍କରୁ ୩୦୦ ରକମ ର ଋଣ ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଦେଶର ପ୍ରଥମ ତଥା ଅନନ୍ୟ କୃଷି ଋଣ ଆବେଦନ ପୋର୍ଟାଲ " ସଫଳ " ହେଉଛି ଏକ କ୍ରାନ୍ତିକାରୀ ପଦକ୍ଷେପ l

Prafulla Mallik (@prafulla_mallik) 's Twitter Profile Photo

ଚ଼ତୁର୍ଥ ଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବୈଷୟିକ ଜ୍ଞାନକୋୖଶଳ ଶିକ୍ଷା ପ୍ରଦାନ ଦ୍ଵାରା ବିପର୍ଯ୍ୟୟ ପରିଚାଳନା ଯୋଦ୍ଧା ସୃଷ୍ଟି ର ଲକ୍ଷ୍ୟ ପୂରଣ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ମିଶନକୁ ଏହା ସୁନିଶ୍ଚିତ କରିବ l

Prafulla Mallik (@prafulla_mallik) 's Twitter Profile Photo

ଦକ୍ଷିଣ ଓଡିଶାର ବାଣିଜ୍ୟ କେନ୍ଦ୍ର ରୂପେ ପରିଗଣିତ ଜୟପୁର ରୁ ଭୁବନେଶ୍ଵର ବିମାନ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ଯୋଗୁଁ ଏହା ଉକ୍ତ ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟଧାରା ତ୍ଵରାନ୍ଵିତ କରିବା ସହ ରାଜ୍ୟ ରାଜଧାନୀକୁ ସଂଯୋଗ କ୍ଷେତ୍ରରେ ସମୟର ବ୍ୟବଧାନ ହ୍ରାସ କରିବ l

Prafulla Mallik (@prafulla_mallik) 's Twitter Profile Photo

୪୮୪୮ ସରକାରୀ ହାଇସ୍କୁଲରେ ଖାଲି ଥିବା ୭୫୪୦ ହାଇସ୍କୁଲ୍ ଶିକ୍ଷକ ପଦବୀ ପୂରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ ଅଭାବ ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ l ରାଜ୍ୟରେ ୫- ଟି ପ୍ରାବଧାନରେ ଶିକ୍ଷା, ଶୈକ୍ଷିକ ଓ ଶିକ୍ଷାୟତନର ବିକାଶ ବିଶେଷ ଉଲ୍ଲେଖନୀୟ l

Prafulla Mallik (@prafulla_mallik) 's Twitter Profile Photo

ନଭେମ୍ବର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ " ସୁରଭି " ଆୟୋଜନ, ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ଓ ବିକାଶ କରିବା ସହିତ ସେମାନଙ୍କର କଳାତ୍ମକ ଦୃଷ୍ଟିକୋଣକୁ ବ୍ୟାପକ ଓ ପରିମାର୍ଜିତ କରିବାରେ ନିଶ୍ଚିତ ଫଳପ୍ରସୂ ହେବ l

Prafulla Mallik (@prafulla_mallik) 's Twitter Profile Photo

ରାଜ୍ୟରେ ରକ୍ତହୀନତା ଦୂର କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ "ଅମ୍ଳାନ" ର ଶୁଭାରମ୍ଭ ୫-ଟି ପ୍ରାବଧାନରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ "ପ୍ରତିଟି ଜୀବନ ମୂଲ୍ୟବାନ" ଉକ୍ତିର ସାକାର ଦିଗରେ ଅଭିପ୍ରେତ l

Prafulla Mallik (@prafulla_mallik) 's Twitter Profile Photo

ବିଶ୍ୱର ସର୍ଵ ବୃହତ ହକି ଷ୍ଟାଡିୟମ ବିର୍ଷା ମୁଣ୍ଡାଙ୍କ ନାମରେ ନାମିତ କରି ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ସମଗ୍ର ଦେଶବାସୀଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବା ସହ ହକି ଜଗତରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରି ପାରିଛନ୍ତି ।

Prafulla Mallik (@prafulla_mallik) 's Twitter Profile Photo

ମାନବ ସେବାହିଁ ମାଧବ ସେବା। ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଶାସନର ମୂଳମନ୍ତ୍ର। ନବ ନିଯୁକ୍ତ ୩୭୮ ଓ ଏ ଏସ ଅଧିକାରୀ ଙ୍କୁ ଜନସେବା ଭଳି ମହତ କାର୍ଯ୍ୟ ରେ ନିଜକୁ ଉତ୍ସର୍ଗ କରି ତାଙ୍କର ଆଶା ପୂରଣ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ଓଡ଼ିଶା ବାସୀଙ୍କ ହୃଦୟ ଜିଣି ପାରିଛନ୍ତି।

Prafulla Mallik (@prafulla_mallik) 's Twitter Profile Photo

ଇସ୍ପାତ ଓ ଖଣି ବିଭାଗରେ ନବ ନିଯୁକ୍ତ ୬୫ଜଣ ଅଧିକାରୀଙ୍କୁ ଦିଗଦର୍ଶନ ପ୍ରଦାନ ତଥା ଯୁବ ଅଧିକାରୀମାନଙ୍କୁ ନିଷ୍ଠାର ସହ ଉତ୍ସର୍ଗୀକୃତ ଭାବେ ଲୋକଙ୍କ ସେବା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଖଣି, ଖଣିଜ ଓ ଖଣି ଅଞ୍ଚଳର ସାମଗ୍ରିକ ଅଭିବୃଦ୍ଧି ଦିଗରେ ନିଶ୍ଚିତ ଭାବେ ଅଧିକ ସଫଳତା ଆଣି ଦେବ l

Prafulla Mallik (@prafulla_mallik) 's Twitter Profile Photo

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ତାଙ୍କର କୃତି ଓ କୀର୍ତ୍ତି ତଥା ଦେଶ ଓ ରାଜ୍ୟର ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନର ସ୍ମରଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି l