Jyoti Prakash Mohapatra(@jp_mohapatra) 's Twitter Profileg
Jyoti Prakash Mohapatra

@jp_mohapatra

ସମୁଦ୍ରରେ ଏ ଗର୍ଜନ କାହାର ?
ବୋଧେ ନଦୀର ଦୀର୍ଘ ନିରବତାର...

ID:3512874434

calendar_today10-09-2015 07:06:46

20,0K Tweets

4,5K Followers

296 Following

Jyoti Prakash Mohapatra(@jp_mohapatra) 's Twitter Profile Photo



ଭୋର ହେଲେ ବୋଉ ଉଠେ ?
ନା ବୋଉ ଉଠିଲେ ଭୋର ହୁଏ ?
କୋଉଟା ଠିକ ଯେ ?

ବୋଉ ଭାଗର ନିଦ ମୁଁ ଶୁଏ
ବୋଉ ଭାଗର ନିଦ ରାତି ଶୁଏ
ରାତି ଭାତ ନିଦରେ ଶୁଏ
ରାତି ଆହୁରି ପ୍ରଗାଢ଼ ହୁଏ।

ମୋ ଭାଗର ଚେଇଁବା
ବୋଉ ଭାଗରେ,
ମୋର ଓ ବାପାଙ୍କ ଥାଳିର ଅଇଁଠା
ବୋଉ ଭାଗରେ
ଘରର ଛୁଞ୍ଚୁକନା, ପବିତ୍ରା ପାଣି,
ବୋଉ ଭାଗରେ।

ବୋଉକୁ ଅନେଇ ସୂର୍ଯ୍ୟ…

#ବୋଉ ଭୋର ହେଲେ ବୋଉ ଉଠେ ? ନା ବୋଉ ଉଠିଲେ ଭୋର ହୁଏ ? କୋଉଟା ଠିକ ଯେ ? ବୋଉ ଭାଗର ନିଦ ମୁଁ ଶୁଏ ବୋଉ ଭାଗର ନିଦ ରାତି ଶୁଏ ରାତି ଭାତ ନିଦରେ ଶୁଏ ରାତି ଆହୁରି ପ୍ରଗାଢ଼ ହୁଏ। ମୋ ଭାଗର ଚେଇଁବା ବୋଉ ଭାଗରେ, ମୋର ଓ ବାପାଙ୍କ ଥାଳିର ଅଇଁଠା ବୋଉ ଭାଗରେ ଘରର ଛୁଞ୍ଚୁକନା, ପବିତ୍ରା ପାଣି, ବୋଉ ଭାଗରେ। ବୋଉକୁ ଅନେଇ ସୂର୍ଯ୍ୟ…
account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

शाम से आँख में नमी सी है
आज फिर आपकी कमी सी है...

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ବୈତରଣୀ ତୁଠରେ ଅସ୍ତ ସୂର୍ଯ୍ୟ।

- ଆପଣଙ୍କ ସହ ସେ ଏତେ ମିଶିବାକୁ ଚେଷ୍ଟା କରୁଛି, ଆଉ ଆପଣ ଫୋନ ଉଠାଉ ନାହାନ୍ତି ?
- ନାହିଁ, ଉଠାଉ ନାହିଁ
- ଖରାପ ଲାଗିବା କଥା !!
- ଲାଗୁନି
- ଆଶ୍ଚର୍ଯ୍ୟ !!
- ମନେ ରଖିଥିବ, ଦୁଇ ଜଣ ଯେଉଁଠି ବି ମିଶିଛନ୍ତି, ଯେବେ ବି ମିଶିଛନ୍ତି, ତୃତୀୟ କାହାରି ହୃଦୟ ନିଶ୍ଚୟ ଭାଙ୍ଗିଥିବ

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

କ୍ରମଶଃ ନୂଆ ରଙ୍ଗ ଚଢ଼ିଯାଏ ପୁରୁଣା ଏକ ସମ୍ପର୍କ ଦେହରେ
କ୍ରମଶଃ ଯାବତୀୟ ପୁରୁଣା ଯେତେ ପଡ଼ି ରହେ ପରିତ୍ୟକ୍ତ ଅରମା ସ୍ମୃତିରେ
କ୍ରମଶଃ କପାଳରୁ ପୋଛି ହୋଇଯାଏ ଅନ୍ତରଙ୍ଗ ଶେଷତମ ସ୍ପର୍ଶ
କ୍ରମଶଃ ନିଭି ନିଭି ଯାଏ ସମ୍ପର୍କର ଅନ୍ତିମ ଆଲେଖ୍ୟ
କ୍ରମଶଃ ନୂଆ କିଛି ଆକାଶରେ ତାରା ହୋଇ ଫୁଟେ
କ୍ରମଶଃ ପୁରୁଣା ଆଡ଼େଇ ନୂଆ ଅଦ୍ଭୂତ ସ୍ଵପ୍ନ…

କ୍ରମଶଃ ନୂଆ ରଙ୍ଗ ଚଢ଼ିଯାଏ ପୁରୁଣା ଏକ ସମ୍ପର୍କ ଦେହରେ କ୍ରମଶଃ ଯାବତୀୟ ପୁରୁଣା ଯେତେ ପଡ଼ି ରହେ ପରିତ୍ୟକ୍ତ ଅରମା ସ୍ମୃତିରେ କ୍ରମଶଃ କପାଳରୁ ପୋଛି ହୋଇଯାଏ ଅନ୍ତରଙ୍ଗ ଶେଷତମ ସ୍ପର୍ଶ କ୍ରମଶଃ ନିଭି ନିଭି ଯାଏ ସମ୍ପର୍କର ଅନ୍ତିମ ଆଲେଖ୍ୟ କ୍ରମଶଃ ନୂଆ କିଛି ଆକାଶରେ ତାରା ହୋଇ ଫୁଟେ କ୍ରମଶଃ ପୁରୁଣା ଆଡ଼େଇ ନୂଆ ଅଦ୍ଭୂତ ସ୍ଵପ୍ନ…
account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

- ଆପଣଙ୍କୁ କଣ ଖରାପ ଲାଗେ ?
- ଏଇ ଆମେ ନ ଚାହିଁକି ବି ବଡ଼ ହୋଇଯିବା
- ବଡ଼ ହେଲେ ତ ଭଲ। ଦୁନିଆ ଦେଖିବେ।
- କିନ୍ତୁ, ବଡ଼ ହୋଇଗଲେ ମୁଁ ଆଉ ଅଧରାତିରେ ମୋ ବୋଉ ପାଖକୁ କୋଉ ପୁରୁଣା କି ନୂଆ ଦୁଃଖ ନେଇ ଆଉ କାନ୍ଦି ପାରିବି ନାହିଁ। ଦୁଆର ଖୋଲି ତା କୋଳରେ ମୁଣ୍ଡ ରଖି ଶୋଇ ପାରିବିନି, ବିନା ଚିନ୍ତାରେ।
- ____

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ଏ ଅଙ୍କାବଙ୍କା ରେଖା ଯେତେ, ତା ହାତର ପହିଲି ସ୍ୱାକ୍ଷର
ଗୋଟି ଗୋଟି ପରିଚିତ ନାଁ ଗଲା ଲେଖି, କାଟି କାଟି ଅସ୍ପଷ୍ଟ ସେ ଗାର
ଦିନେ କେବେ ସ୍ଵପ୍ନ ନେବ ରୂପ ପୁଣି ଦୂର କେଉଁ ବର୍ଣ୍ଣାଭ ଆକାଶେ
ଦିନେ କେବେ ଧରିବ ଏ ହାତ, ଖସିଗଲେ ବୟସର ସୁଅ
ଏ ହାତର ମ୍ଳାନ ଶିରା ସେବେ, ଚମକିବେ ତାରି ପରଶେ

ଏ ଅଙ୍କାବଙ୍କା ରେଖା ଯେତେ, ତା ହାତର ପହିଲି ସ୍ୱାକ୍ଷର ଗୋଟି ଗୋଟି ପରିଚିତ ନାଁ ଗଲା ଲେଖି, କାଟି କାଟି ଅସ୍ପଷ୍ଟ ସେ ଗାର ଦିନେ କେବେ ସ୍ଵପ୍ନ ନେବ ରୂପ ପୁଣି ଦୂର କେଉଁ ବର୍ଣ୍ଣାଭ ଆକାଶେ ଦିନେ କେବେ ଧରିବ ଏ ହାତ, ଖସିଗଲେ ବୟସର ସୁଅ ଏ ହାତର ମ୍ଳାନ ଶିରା ସେବେ, ଚମକିବେ ତାରି ପରଶେ #ଆନି_ପାଇଁ_କବିତା
account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ବନ୍ଧୁ ବାନ୍ଧିଥିଲି
କୋରାପୁଟ ଗହନ ବନରେ
ଶାବର ଶ୍ରୀକ୍ଷେତ୍ର
ବର୍ଷା ଭିଜା ସଂଜର ଛପିଛପିକା ଅନ୍ଧାର ଆଲୁଅରେ
ଗୋପୀ ମହାନ୍ତିଙ୍କ 'ଜୀବନର ସୁଆଦ ଅଛି ' ଧାଡ଼ି
ଲାଗିଥିଲା ସତ
ଲକ୍ଷ୍ମୀପୁର, ଭେଜାପୁଟ, ସୁନାବେଡ଼ା
ଚାରିଆଡ଼େ ସ୍ୱାକ୍ଷର ଯେ ସ୍ପଷ୍ଟ
ନିଭିଗଲା ଦିନେ ଅଚାନକ, ବୋଳି ହେଲା ଅନ୍ଧାର ଗଭୀର
ସେବେଠାରୁ ଡେଙ୍ଗା ଉଞ୍ଚା ଘାଟି ଯେତେ…

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ଜାଗା ଖାଲି ରହେନା, ମଣିଷ ଖାଲି ବି ରଖେନା। ସିଏ ପୁଣି ଆଉ କାହାର ଧରେ ହାତ, କାନ୍ଧରେ ମୁଣ୍ଡ ରଖି ପୁରୁଣା ସ୍ମୃତିର ଦୁଃଖ ବଖାଣେ, ଆସନ୍ତାକାଲି ପାଇଁ ସ୍ଵପ୍ନ ନାଇ ବୁଲେ ଆଖି ହଳକରେ, ମନ ଉଷୁମ ଲାଗେ। ଯିଏ ବାହାରି ଗଲା ସମ୍ପର୍କ ବୋଲି କିଛିରୁ ସେ ଆଗ ଡୋର ବାନ୍ଧେ ଅଲଗା କୋଉଠି, ଯିଏ ରହିଗଲା ଏକା ଖୋଜି ଖୋଜି ସେ ବି ପାଏ ଆଉ ଜଣେ ନୂଆ କିଏ।

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ବହୁତ ଅପେକ୍ଷା କରେଇଲେ। ପଞ୍ଚାୟତ ପରି ୱେବ୍ ସିରିଜ କେବେ ବି ଉଭାନ ନ ହେଉ। ଆମ ସଭିଙ୍କ ଜୀବନର ଗୋଟେ ଅଂଶ ଏ। ପୁରୁଣା ଦିନର ଦୂରଦର୍ଶନ ଦିନ ପରି।

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣ ସମୟର ଝାଳ ନିଗିଡ଼ା ମଣିଷ

ଫଟୋ: ଫଟୋ ଡିଭିଜନ

ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣ ସମୟର ଝାଳ ନିଗିଡ଼ା ମଣିଷ ଫଟୋ: ଫଟୋ ଡିଭିଜନ #LabourDay
account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ଜୋଛନା... ଲୁଚନା
ଦୂର ନୀଳ ଗଗନେ

ହାଏ... କି ଚମତ୍କାର ନିର୍ମଳା ମିଶ୍ର

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ଯେଉଁ କଥାଟି ସତରେ କହିବାର ଥାଏ ଓ କହି ହୁଏନା, ତାକୁ ହିଁ କହିଦେଇ ଆମେ କହୁ - ଥଟ୍ଟାରେ କହୁଥିଲି ମ ! ଆଉ ପ୍ରାୟତଃ ସେଇଟି ଅପମାନରେ ଭରା।

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

“Everything we hear is an opinion, not a fact. Everything we see is a perspective, not the truth.”

― Marcus Aurelius

account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ଖୁସି ପାଇଁ କବିତା

ଖୁସିର ଜନ୍ମଦିନରେ

- ଝିଅ ବଡ଼ ହେଉଛି -

ଝିଅ ବଡ଼ ହେଉଛି

ବାପା ଥାଳି ପାଖେ କଷ୍ଟେମଷ୍ଟେ ଟେକି
ଗିଲାସେ ପାଣି ଥୋଉଛି

ଝିଅ ବଡ଼ ହେଉଛି
ବାପା ଫୋନକୁ ଅନେଇ ଅନେଇ
ମନକୁ ମାରି ଏକା ଶୋଇ ପଡ଼ୁଛି

ବାବାକୁ ଆଉ କହୁନି
ବିରିୟାନି ଯିମିତି ହେଲେ ଆଣିବ,
ଓଲଟା ବାବା ପର୍ସ ଦେଖୁଛି
ସେଥିରେ ନୀଳ, ନାରଙ୍ଗୀ ଆଗ ଖୋଜୁଛି…

ଖୁସି ପାଇଁ କବିତା ଖୁସିର ଜନ୍ମଦିନରେ - ଝିଅ ବଡ଼ ହେଉଛି - ଝିଅ ବଡ଼ ହେଉଛି ବାପା ଥାଳି ପାଖେ କଷ୍ଟେମଷ୍ଟେ ଟେକି ଗିଲାସେ ପାଣି ଥୋଉଛି ଝିଅ ବଡ଼ ହେଉଛି ବାପା ଫୋନକୁ ଅନେଇ ଅନେଇ ମନକୁ ମାରି ଏକା ଶୋଇ ପଡ଼ୁଛି ବାବାକୁ ଆଉ କହୁନି ବିରିୟାନି ଯିମିତି ହେଲେ ଆଣିବ, ଓଲଟା ବାବା ପର୍ସ ଦେଖୁଛି ସେଥିରେ ନୀଳ, ନାରଙ୍ଗୀ ଆଗ ଖୋଜୁଛି…
account_circle