Pookie🫶🏼 (@kitty_panda1234) 's Twitter Profile
Pookie🫶🏼

@kitty_panda1234

Chemistry Student🧪/Kaleshi😈/Toxic👽

ID: 1295262635621879810

calendar_today17-08-2020 07:34:39

1,1K Tweet

591 Takipçi

285 Takip Edilen

Pookie🫶🏼 (@kitty_panda1234) 's Twitter Profile Photo

ଏଇ ବରଷାରେ ତୁମ କଥା ବେଶୀ ମନେପଡେ ଭିଜାଭିଜା ବାସନାରେ ବରଷାର ଓଦା ଓଦା ଛୁଆଁ ଛମ୍ ଛମ୍ ବରଷାର ମଧୁର ମୂର୍ଚ୍ଛନା ମୋ ଦେହରେ ଭରିଦିଏ ଚିଆଁ !!! #ବର୍ଷା

ଏଇ ବରଷାରେ 
ତୁମ କଥା ବେଶୀ ମନେପଡେ 
ଭିଜାଭିଜା ବାସନାରେ 
ବରଷାର ଓଦା ଓଦା ଛୁଆଁ 
ଛମ୍ ଛମ୍ ବରଷାର ମଧୁର ମୂର୍ଚ୍ଛନା 
ମୋ ଦେହରେ ଭରିଦିଏ ଚିଆଁ !!!
#ବର୍ଷା
Pookie🫶🏼 (@kitty_panda1234) 's Twitter Profile Photo

ତୁମେ କେଉଁଠି ? ମୋ ବିକ୍ଷତ ଦେହର ଅବସନ୍ନ ଗ୍ରନ୍ଥିରେ ନା ପରାହତ ଜୀବନର ତିକ୍ତ ସ୍ମୃତିରେ ? କେଉଁଠି ତୁମେ ? ତୁମେ ଆସିବ ବୋଲି ଚାହିଁ ରହିଛି ମୁଁ ଉତ୍ତରା ପବନକୁ , ତମ ହୃଦୟ ସ୍ପନ୍ଦନ , ଆବେଗ ଉତ୍କଣ୍ଠା ଛୁଇଁ ଯାଉଛି ମୋ ମନକୁ !!! #ତୁମେକେଉଁଠି

ତୁମେ କେଉଁଠି ?
ମୋ ବିକ୍ଷତ ଦେହର ଅବସନ୍ନ ଗ୍ରନ୍ଥିରେ 
ନା ପରାହତ ଜୀବନର ତିକ୍ତ ସ୍ମୃତିରେ ?
          କେଉଁଠି ତୁମେ ?

ତୁମେ ଆସିବ ବୋଲି ଚାହିଁ ରହିଛି ମୁଁ
        ଉତ୍ତରା ପବନକୁ ,
ତମ ହୃଦୟ ସ୍ପନ୍ଦନ , ଆବେଗ ଉତ୍କଣ୍ଠା 
         ଛୁଇଁ ଯାଉଛି ମୋ ମନକୁ !!!
#ତୁମେକେଉଁଠି
Pookie🫶🏼 (@kitty_panda1234) 's Twitter Profile Photo

କୌଣସି ସମ୍ପର୍କ ଆପେ ଆପେ କେବେ ଭାଙ୍ଗିଯାଏ ନାହିଁ ଭାଇ , ସେଥିପାଇଁ ଆମ ସ୍ୱାର୍ଥପରତା ଓ ମିଛ ଅହଂକାର ଦାୟୀ । ସମ୍ପର୍କ ହେଉଛି କପୋତଟି ପରି ଜୋର କଲେ ମରିଯିବ, ଅବହେଳା କଲେ ଅଣଦେଖା କଲେ ସ୍ଥାନ ଛାଡି ଉଡ଼ିଯିବ । ସୂତା ଖିଅଟିଏ ପରି ଏ ସମ୍ପର୍କ ଛିଡ଼ିଲେ ହୁଏନି ଯୋଡ଼ି , ସମ୍ପର୍କରେ ଫାଟ ଥରେ ପଡିଗଲେ ଦୁଃଖ ହୁଏ ମନେ ପଡ଼ି । #ସମ୍ପର୍କ

Pookie🫶🏼 (@kitty_panda1234) 's Twitter Profile Photo

ସହସ୍ର ଆଶା ପୂରଣର ପ୍ରତିଶ୍ରୁତି ଦେଇଥିଲ ଦିନେ ମତେ ତୁମେ, ଆଃ,କି ଛୋଟ ଇଚ୍ଛାମାନ ବ୍ୟକ୍ତ କରି ସାରିଦେଲି ସବୁ ସୁଯୋଗ !! ମାଗିଲି ତ ମାଗି ବସିଲି ତୁମ ଭଲପାଇବା ଆଉ ସମୟ ମନେପଡୁଚି କେବେ ଥରେ ମାଗିଥିଲି ତୁମଠୁ ତୁମକୁ । ଆହୁରି ଅନେକ କିଛି ମୋର ମାଗିବାର ଥିଲା ହେଲେ ଏମିତି ରେ ହିଁ ସରିଗଲା ସମୟ ଆଉ ତୁମେ ଚାଲିଗଲ ମତେ ଭୁଲି !!! #ସମୟ

ସହସ୍ର ଆଶା ପୂରଣର ପ୍ରତିଶ୍ରୁତି
ଦେଇଥିଲ ଦିନେ ମତେ ତୁମେ,
ଆଃ,କି ଛୋଟ ଇଚ୍ଛାମାନ ବ୍ୟକ୍ତ କରି
ସାରିଦେଲି ସବୁ ସୁଯୋଗ !!

ମାଗିଲି ତ ମାଗି ବସିଲି
ତୁମ ଭଲପାଇବା ଆଉ ସମୟ
ମନେପଡୁଚି କେବେ ଥରେ ମାଗିଥିଲି ତୁମଠୁ ତୁମକୁ ।

ଆହୁରି ଅନେକ କିଛି ମୋର ମାଗିବାର ଥିଲା
ହେଲେ ଏମିତି ରେ ହିଁ ସରିଗଲା ସମୟ
ଆଉ ତୁମେ ଚାଲିଗଲ ମତେ ଭୁଲି !!!
#ସମୟ
Pookie🫶🏼 (@kitty_panda1234) 's Twitter Profile Photo

ପ୍ରଭୁ !ତମେ ହିଁ ତ ମୋର ସବୁକିଛି, ତମେ ମୋ ପଞ୍ଚଭୂତ ତମେ ମୋ ପଞ୍ଚତନ୍ମାତ୍ର ବ୍ରହ୍ମଠାରୁ କୀଟଯାଏଁ ବ୍ୟାପିଛ ସର୍ବତ୍ର। ହେଲେ ମୁଁ କିଏ? "ତୁ ହେଉଚୁ ଜୀବାତ୍ମା" ନାଇଁ ମାନେ ମୋ ପରିଚୟ କଣ? "ତୋର ଅନେକ ପରିଚୟ ଥିଲା ଓ ରହିବ ମଧ୍ୟ।ହେଲେ ବର୍ତ୍ତମାନର ସମୟ ବିନ୍ଦୁରେ ତୁ କେବଳ ଜୀବାତ୍ମା,ମୋର ଏକ ଅଂଶ। ସଂସାରର ବନ୍ଧନରୁ ତୁ ମୁକ୍ତ" #ପ୍ରଭୁ

Pookie🫶🏼 (@kitty_panda1234) 's Twitter Profile Photo

କାଲି ଯାଏ କିଏ କେଉଁଠାରେ ଥିଲେ କାଲି ବି କେଉଁଠି ଥିବା , ଗର୍ବ ଅହଙ୍କାର ଅଭିମାନ ଛାଡି ଆସ ହସି ହସି ଆମେ ଦିନଟିଏ ଜୀଇଁ ଯିବା । #ଶୁଭସକାଳ🌼🥀 #ଜୟଜଗନ୍ନାଥ 🙏🏻🙏🏻

Pookie🫶🏼 (@kitty_panda1234) 's Twitter Profile Photo

ସ୍ବାର୍ଥ କଥା ଆସେ ଯେବେ ମଣିଷ ମନରେ ମିଠା କଥା କହିଥାଏ , ସ୍ବାର୍ଥ ପୂରଣ ହୋଇଗଲା ପରେ କଥା ବି ବଦଳି ଯାଏ । #ସ୍ୱାର୍ଥପର #ଶୁଭସକାଳ 🥀🌼 #ଜୟଜଗନ୍ନାଥ 🙏🏻🙏🏻

Pookie🫶🏼 (@kitty_panda1234) 's Twitter Profile Photo

ମୁଁ ଗୋଲାପର ଫୁଲ ପରି ସୁବାସିତ ତୁମେ ଗୋଲାପର ଗଛ ପରି କଣ୍ଟିତ....🍁 #ଗୋଲାପ

ମୁଁ ଗୋଲାପର ଫୁଲ ପରି ସୁବାସିତ 
ତୁମେ ଗୋଲାପର ଗଛ ପରି କଣ୍ଟିତ....🍁
#ଗୋଲାପ
Pookie🫶🏼 (@kitty_panda1234) 's Twitter Profile Photo

Taking a break from Twitter for a bit . Need some time to recharge and focus on what matters . Will be back when I'm ready to tweet again .

Pookie🫶🏼 (@kitty_panda1234) 's Twitter Profile Photo

ଆହା ପ୍ରଭୁ ତୁମେ ଓଁକାର ମୂରତି ତୁମେ ଅଟ ଆଦିବ୍ରହ୍ମ , ଜଗତ କଲ୍ୟାଣ କର ମହାପ୍ରଭୁ ତୁମେ ଅଟ ପରଂବ୍ରହ୍ମ । ଧର୍ମ ସଂସ୍ଥାପକ ସୃଷ୍ଟି ଉଦ୍ଭାବକ ତୁମେ ସାଧୁ ଉଦ୍ଧାରକ , ତୁମେ ଚକ୍ରଧାରୀ ଭବ ପାରାବାରେ ଅଧର୍ମୀ ଦଣ୍ଡ ନାୟକ । #ଜୟଜଗନ୍ନାଥ 🙏🏻 #RathaYatra2025 ❤️

ଆହା ପ୍ରଭୁ ତୁମେ ଓଁକାର ମୂରତି
          ତୁମେ ଅଟ ଆଦିବ୍ରହ୍ମ ,
ଜଗତ କଲ୍ୟାଣ କର ମହାପ୍ରଭୁ
          ତୁମେ ଅଟ ପରଂବ୍ରହ୍ମ ।
ଧର୍ମ ସଂସ୍ଥାପକ ସୃଷ୍ଟି ଉଦ୍ଭାବକ
          ତୁମେ ସାଧୁ ଉଦ୍ଧାରକ ,
ତୁମେ ଚକ୍ରଧାରୀ ଭବ ପାରାବାରେ
          ଅଧର୍ମୀ ଦଣ୍ଡ ନାୟକ ।
#ଜୟଜଗନ୍ନାଥ 🙏🏻
#RathaYatra2025 ❤️
Pookie🫶🏼 (@kitty_panda1234) 's Twitter Profile Photo

ମାଗିବା ପାଇଁ ମୁଁ ମନେ ମନେ ଭାବି ତୁମ ମନ୍ଦିରକୁ ଯାଏ , ତୁମକୁ ଦେଖିଲେ ମାଗିବା ଦରବ କିମ୍ପା ମୁଁ ପାସୋରି ଦିଏ... ପ୍ରଭୁ କିମ୍ପା ମୁଁ ପାସୋରି ଦିଏ । #Iskcontemple #Bhubaneswar #Janmashtami

ମାଗିବା ପାଇଁ ମୁଁ ମନେ ମନେ ଭାବି
 ତୁମ ମନ୍ଦିରକୁ ଯାଏ ,
ତୁମକୁ ଦେଖିଲେ ମାଗିବା ଦରବ
କିମ୍ପା ମୁଁ ପାସୋରି ଦିଏ...
ପ୍ରଭୁ କିମ୍ପା ମୁଁ ପାସୋରି ଦିଏ ।
#Iskcontemple
#Bhubaneswar
#Janmashtami