DD News Odia (@ddnewsodia) 's Twitter Profile
DD News Odia

@ddnewsodia

Official handle of Doordarshan News(Odia), RNU, Bhubaneswar under Ministry of I&B, Govt. of India; Follow us linktr.ee/DDNewsOdia

ID: 1162310156241104896

linkhttps://www.youtube.com/DDNewsOdiaOfficial calendar_today16-08-2019 10:29:17

59,59K Tweet

10,10K Takipçi

186 Takip Edilen

DD News Odia (@ddnewsodia) 's Twitter Profile Photo

➡️ଭୁବନେଶ୍ବରସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଶ୍ବ ଯୁବ କୌଶଳ ଦିବସ ପାଳିତ ହୋଇଛି । ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କୌଶଳ ଦିବସ ପାଳନ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ରୂପେ ଦୁଇଟି ଭ୍ରାମ୍ୟମାଣ ପ୍ରଦର୍ଶନୀ ବସ୍‌ର ଶୁଭାରମ୍ଭ କରାଯାଇଛି ।

DD News Odia (@ddnewsodia) 's Twitter Profile Photo

↗️କବି ସାରଳା ଦାସ ଓଡିଆ ଭାଷା ସାହିତ୍ୟର ଆଦି ସ୍ରଷ୍ଟା ଥିଲେ ବୋଲି ମୁଖ୍ୟମନ୍ତ୍ରୀ Mohan Charan Majhi ପ୍ରକାଶ କରିଛନ୍ତି ↗️ସାରଳା ଦାସଙ୍କ ଭଳି ପ୍ରାଚୀନ ଲେଖକ, କବି ଓ ଭାଷାତତ୍ବବିତଙ୍କ ପାଇଁ ଓଡିଆ ଭାଷା ଷଷ୍ଠ ଭାରତୀୟ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା ବୋଲି ସେ କହିଛନ୍ତି #SaralaDas

DD News Odia (@ddnewsodia) 's Twitter Profile Photo

💠ଯୁବବର୍ଗଙ୍କୁ ସଶକ୍ତ ତଥା ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ହେଉଛି ଏକ ଉଲ୍ଲେଖନୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏ ସମ୍ପର୍କରେ ଏକ ରିପୋର୍ଟ... #PMKVY PMO India Narendra Modi

DD News Odia (@ddnewsodia) 's Twitter Profile Photo

➡️ଚୀନ ଗସ୍ତରେ ଥିବା ବିଦେଶ ମନ୍ତ୍ରୀ Dr. S. Jaishankar ର ଆଜି ତିଆନଜିନ୍‌ଠାରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍‌ରୋଭ୍‌ଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ନେଇ ଆଲୋଚନା ହୋଇଛି । ରୁଷ ବୈଦେଶିକ ମନ୍ତ୍ରୀଙ୍କ ସହ ସେ ଅନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । #China #Russia

DD News Odia (@ddnewsodia) 's Twitter Profile Photo

➡️ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ – DRDO ପକ୍ଷରୁ ଭାରତୀୟ ନୌସେନାଙ୍କୁ ୬ଟି ନୂତନ ସାମରିକ ଉପକରଣ ପ୍ରଦାନ କରାଯାଇଛି । ଏସବୁ ଉପକରଣ ଡିଆରଡିଓ ଦ୍ବାରା ହିଁ ବିକଶିତ ହୋଇଛି। ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମିର ଭି. କମାତ ଏକ କାର୍ଯ୍ୟକ୍ରମରେ #Navy ଉପମୁଖ୍ୟ ଶ୍ରୀରାମ ଅମୁରଙ୍କୁ ଏସବୁ ଉପକରଣ ହସ୍ତାନ୍ତର କରିଛନ୍ତି ।

DD News Odia (@ddnewsodia) 's Twitter Profile Photo

↗️ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକ ଉତ୍ସବରେ ଉଦବୋଧନ ଦେଇ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି, ମାତୃଭାଷାରେ ମହାକାବ୍ୟ ରଚନା କରି ସାରଳା ଦାସ ଓଡିଶାବାସୀଙ୍କୁ ସଶକ୍ତ କରିଥିଲେ #SaralaDas Governor Odisha

DD News Odia (@ddnewsodia) 's Twitter Profile Photo

↗️କେନ୍ଦ୍ର ଶିକ୍ଷାମନ୍ତ୍ରୀ Dharmendra Pradhan ଙ୍କୁ ଆଜି ସାରଳା ସାହିତ୍ୟ ସଂସଦ ପକ୍ଷରୁ ମର୍ଯ୍ୟାଦାଜନକ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ↗️ତାଙ୍କୁ ଏହି ପୁରସ୍କାରରେ ଭୂଷିତ କରାଯାଇଥିବାରୁ ସେ ଉଭୟ ସାରଳା ସାହିତ୍ୟ ସଂସଦ ଓ ଓଡିଶାର ସାହିତ୍ୟ ଅନୁରାଗୀ ବ୍ୟକ୍ତିବିଶେଷଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିଛନ୍ତି

DD News Odia (@ddnewsodia) 's Twitter Profile Photo

↗️ଇରାନ ସ୍ଥିତ ଭାରତୀୟ ଦୂତାବାସ ଇରାନ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ବଳୀ ଜାରି କରିଛି ↗️ଯେଉଁ ଭାରତୀୟ ନାଗରିକମାନେ ପୂର୍ବରୁ ଇରାନରେ ଅଛନ୍ତି କିମ୍ବା ସେଠାକୁ ଯିବା ପାଇଁ ଇଛୁକ ଅଛନ୍ତି ସେମାନେ ବର୍ତ୍ତମାନ ଉପଲବ୍ଧ ଉଡାଣ ଓ ନୌସେବାର ଉପଯୋଗ ପାଇଁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି

DD News Odia (@ddnewsodia) 's Twitter Profile Photo

↗️#UIDAI urges Parents and Guardians to complete the Mandatory Biometric Update for Children Aged 7 and above ↗️As per existing rules, if the Mandatory Biometric Update is not completed even after 7 years of age, the Aadhaar number may be deactivated #AadharCard

↗️#UIDAI urges Parents and Guardians to complete the Mandatory Biometric Update for Children Aged 7 and above

↗️As per existing rules, if the Mandatory Biometric Update is not completed even after 7 years of age, the Aadhaar number may be deactivated

#AadharCard
DD News Odia (@ddnewsodia) 's Twitter Profile Photo

🏏ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମହିଳା ଏକ ଦିବସୀୟ କ୍ରିକେଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି 🏏ସିରିଜର ପ୍ରଥମ ମ୍ୟାଚ ଆଜି ସାଉଥ ହାମ୍ପଟନଠାରେ ଖେଳାଯିବ 🏏ଭାରତୀୟ ସମୟ ଅପରାହ୍ନ ୫ଟା ୩୦ ମିନିଟରୁ ଏହି ମ୍ୟାଚ ଆରମ୍ଭ ହେବ #INDvsENG #WomenCricket

DD News Odia (@ddnewsodia) 's Twitter Profile Photo

🖼️ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବାଲୁକା କଳାର ଚାହିଦାକୁ ଦୃଷ୍ଟିରେ ରଖି #IGNOU ର ପାଠ୍ୟକ୍ରମରେ ପ୍ରଥମ କରି ବାଲୁକା କଳାକୁ ଅନ୍ତର୍ଭୁକ୍ତ କରାଯାଇଛି 🖼️ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି Sudarsan Pattnaik

DD News Odia (@ddnewsodia) 's Twitter Profile Photo

💠ପ୍ରଶାସନିକ ସୁଧାର ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଓଡିଶା ସରକାରଙ୍କ ସହଯୋଗରେ ଆସନ୍ତାକାଲିଠାରୁ ଭୁବନେଶ୍ବରରେ ସୁଶାସନ ବ୍ୟବସ୍ଥା ଉପରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ୍‌ ମନ୍ତ୍ରୀ Dr Jitendra Singh ଏବଂ ମୁଖ୍ୟମନ୍ତ୍ରୀ Mohan Charan Majhi ଏହାକୁ ଉଦଘାଟନ କରିବେ ।

💠ପ୍ରଶାସନିକ ସୁଧାର ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଓଡିଶା ସରକାରଙ୍କ ସହଯୋଗରେ ଆସନ୍ତାକାଲିଠାରୁ ଭୁବନେଶ୍ବରରେ ସୁଶାସନ ବ୍ୟବସ୍ଥା ଉପରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ୍‌ ମନ୍ତ୍ରୀ <a href="/DrJitendraSingh/">Dr Jitendra Singh</a> ଏବଂ ମୁଖ୍ୟମନ୍ତ୍ରୀ <a href="/MohanMOdisha/">Mohan Charan Majhi</a> ଏହାକୁ ଉଦଘାଟନ କରିବେ ।
DD News Odia (@ddnewsodia) 's Twitter Profile Photo

#CabinetDecisions ଅନୁସାରେ କୃଷି କ୍ଷେତ୍ରରେ ପଛୁଆ ଥିବା ଦେଶର ୧୦୦ଟି ଜିଲ୍ଲାକୁ ଚିହ୍ନଟ କରାଯାଇ ସେଥିରେ କୃଷି ବିକାଶ ପାଇଁ ଅଧିକ ପ୍ରାଧାନ୍ୟ ଦିଆଯିବ । ଏହି ଯୋଜନାରେ ୧୧ଟି ମନ୍ତ୍ରଣାଳୟର ୩୬ଟି ଯୋଜନା ଅନ୍ତର୍ଭୁକ୍ତ ହେବ । ଏଥିପାଇଁ ୨୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । PMO India Ashwini Vaishnaw

#CabinetDecisions ଅନୁସାରେ କୃଷି କ୍ଷେତ୍ରରେ ପଛୁଆ ଥିବା ଦେଶର ୧୦୦ଟି ଜିଲ୍ଲାକୁ ଚିହ୍ନଟ କରାଯାଇ ସେଥିରେ କୃଷି ବିକାଶ ପାଇଁ ଅଧିକ ପ୍ରାଧାନ୍ୟ ଦିଆଯିବ । ଏହି ଯୋଜନାରେ ୧୧ଟି ମନ୍ତ୍ରଣାଳୟର ୩୬ଟି ଯୋଜନା ଅନ୍ତର୍ଭୁକ୍ତ ହେବ । ଏଥିପାଇଁ ୨୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । <a href="/PMOIndia/">PMO India</a> <a href="/AshwiniVaishnaw/">Ashwini Vaishnaw</a>
DD News Odia (@ddnewsodia) 's Twitter Profile Photo

ଦେଶ ୫୦% ଅଣ-ଜୀବାଶ୍ମ ଇନ୍ଧନ ବିଦ୍ୟୁତ୍ କ୍ଷମତା ହାସଲ କରିଛି। ଯାହା ୨୦୩୦ ପାଇଁ ଧାର୍ଯ୍ୟ ଲକ୍ଷ୍ୟକୁ ପାଞ୍ଚ ବର୍ଷ ପୂର୍ବରୁ ହାସଲ କରିପାରିଛି। ଏହା ପ୍ରଧାନମନ୍ତ୍ରୀ Narendra Modi ଙ୍କ ନେତୃତ୍ୱରେ ଉଲ୍ଲେଖନୀୟ ପ୍ରଗତି ଏବଂ ରଣନୈତିକ ଦୂରଦୃଷ୍ଟିକୁ ସ୍ପଷ୍ଟ କରିବା ସହ ବିଶ୍ୱ ଜଳବାୟୁ ନିୟନ୍ତ୍ରଣ ଦିଗରେ ଭାରତର ଭୂମିକାକୁ ସୁଦୃଢ଼ କରିଛି

DD News Odia (@ddnewsodia) 's Twitter Profile Photo

💠ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସି କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ୟାବିନେଟ ବୈଠକ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତୃତ ସୂଚନା ଦେଇଛନ୍ତି । PMO India #CabinetDecisions Narendra Modi Ashwini Vaishnaw

DD News Odia (@ddnewsodia) 's Twitter Profile Photo

🛕ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ସୁବିଧା ଯୋଗାଇ ଦେଇଛନ୍ତି। ୨୦୧୬ ଫେବୃଆରୀ ପହିଲାଠାରୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୩୭ ହଜାରରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ Pravati Parida କହିଛନ୍ତି ।

DD News Odia (@ddnewsodia) 's Twitter Profile Photo

💠ସଂସଦର #monsoonsession କୁ ଦୃଷ୍ଟିରେ ରଖି ସରକାର ଆସନ୍ତା ୨୦ ତାରିଖ ରବିବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ସରକାର ସଂସଦର ଉଭୟ ସଦନର ସୁପରିଚାଳନା ପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡିବେ । ଅଷ୍ଟାଦଶ ଲୋକସଭାର ପଞ୍ଚମ ଅଧିବେଶନ ଚଳିତ ମାସ ୨୧ ତାରିଖରୁ ଆସନ୍ତା ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । #Parliament

DD News Odia (@ddnewsodia) 's Twitter Profile Photo

➡️ #OperationSindoor ସମୟରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଓ ଅନ୍ୟ ମାନବରହିତ ଅସ୍ତ୍ର ପ୍ରଣାଳୀର ବ୍ୟବହାର କରାଯାଇଥିଲା । କିନ୍ତୁ ଭାରତୀୟ ସଶସ୍ତ୍ର ବାହିନୀ ଏହାକୁ ନିଷ୍କ୍ରିୟ କରିଦେଇଥିଲେ ବୋଲି ଏକ ଦିଲ୍ଲୀରେ କର୍ମଶାଳାକୁ ସମ୍ବୋଧିତ କରି କହିଛନ୍ତି ଚିଫ୍‌ ଅପ୍‌ ଦି ଡିଫେନ୍ସ ଷ୍ଟାଫ୍‌ - ସିଡିଏସ ଜେନେରାଲ ଅନିଲ ଚୌହାନ । #defence

DD News Odia (@ddnewsodia) 's Twitter Profile Photo

➡️#Bangladesh ର ମେମନାସିଂହରେ ଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ସତ୍ୟଜିତ ରାୟଙ୍କ ପୈତୃକ ଘରକୁ ଭାଙ୍ଗି ଦିଆଯିବା ନେଇ ଭାରତ କ୍ଷୋଭ ପ୍ରକାଶ କରିଛି । ଏହି ଘରର ପୁନଃ ଉଦ୍ଧାର ନିମନ୍ତେ ଭାରତ ସହଯୋଗ କରିବା ନେଇ ଇଚ୍ଛା ପ୍ରକାଶ କରିଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । #SatyajitRay