
District Administration,Keonjhar
@distadmkeonjhar
Official account of District Administration Keonjhar
ID: 873898425862938624
http://kendujhar.odisha.gov.in 11-06-2017 13:43:15
5,5K Tweet
22,22K Takipçi
183 Takip Edilen

ଜିଲ୍ଲା ପ୍ରଶାସନ ଓ OSDMA Odisha ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ବଜ୍ରପାତ ଜନିତ କ୍ଷୟକ୍ଷତିରୁ ରକ୍ଷା ପାଇବା ନିମନ୍ତେ ଅବଲମ୍ବନ କରିବାକୁଥିବା ସତର୍କତା ସମ୍ବନ୍ଧରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଉଦଘାଟନ କରିଛନ୍ତି। CMO Odisha Revenue & DM Department, Government of Odisha


ଜିଲ୍ଲାପାଳ ଚଳିତ ବର୍ଷ ଶ୍ରୀଶ୍ରୀ ବଳଦେବଜୀଉ ବିଜେଙ୍କ ପବିତ୍ର ରଥଯାତ୍ରାର ଚୂଡାନ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଭକ୍ତିଭାବ ପରିବେଶରେ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। CMO Odisha I & PR Department, Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ SP Keonjhar


ଜିଲ୍ଲାପାଳ କଫି ଉନ୍ନୟନ ଟ୍ରଷ୍ଟ ବୋର୍ଡର ବୈଠକରେ "ନିରନ୍ତର ଜୀବିକା ପାଇଁ କଫି ଉତ୍ପାଦନ" ଅଭିଯାନର ଅଗ୍ରଗତିର ସମୀକ୍ଷା କରିବା ସହ ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷରେ ଜିଲ୍ଲାରେ କଫି ଚାଷକୁ ବ୍ୟାପକ କରି ୬୦୦୦ ଏକରରେ ଅମଳ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। CMO Odisha କୃଷି ବିଭାଗ, ଓଡ଼ିଶା #Coffeeodisha


ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ କେନ୍ଦୁଝର ଜିଲ୍ଲାରୁ ସାମିଲ ହେବାକୁ ଥିବା ଭକ୍ତ ମାନଙ୍କ ଯାତ୍ରା ସୁଗମ କରିବା ପାଇଁ ଦକ୍ଷିଣ ପୂର୍ବ ରେଳବାଇ ତରଫରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ବଡ଼ବିଲ-ପୁରୀ ଓ ପୁରୀ -ବଡ଼ବିଲର ବ୍ୟବସ୍ଥା କରାଯାଇଛି। CMO Odisha South Eastern Railway I & PR Department, Odisha #RathaYatra2025



ଜିଲ୍ଲାପାଳଙ୍କ ନେତୃତ୍ୱରେ ଦରବାର ହଲଠାରେ 'ମିଳିତ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। CMO Odisha I & PR Department, Odisha Ga&Pg_Dept


ଜିଲ୍ଲାପାଳଙ୍କ ନେତୃତ୍ୱରେ ଘଷିପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ 'ମିଳିତ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହି ଅବସରରେ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। CMO Odisha Ga&Pg_Dept I & PR Department, Odisha



ଜିଲ୍ଲାପାଳ କେନ୍ଦୁଝରସ୍ଥିତ ମନୋଜ ମଞ୍ଜରୀ ଶିଶୁ ଭଵନର ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ୩ଟି ଆନି ବ୍ରେଲୀ ଯନ୍ତ୍ର ବଣ୍ଟନ କରିଛନ୍ତି ଯାହା ସେମାନଙ୍କ ଶିକ୍ଷା ଗ୍ରହଣରେ ବେଶ ସହାୟକ ହୋଇପାରିବ। CMO Odisha SSEPD I & PR Department, Odisha


ଜିଲ୍ଲାପାଳ ସଦର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି, ଶୈକ୍ଷିକ ବାତାବରଣ, ମଧ୍ୟାହ୍ନ ଭୋଜନର ମାନ ନିରୀକ୍ଷଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭାବ ବିନିମୟ କରି ପାଠ୍ୟକ୍ରମର ଅଗ୍ରଗତି ପଚାରି ବୁଝିଥିଲେ । CMO Odisha EducationOdisha I & PR Department, Odisha


ଜିଲ୍ଲାପାଳ କେନ୍ଦୁଝର ସ୍ଥିତ ଆମ ବସ୍ ଷ୍ଟାଣ୍ଡ ଡିପୋ ପରିଦର୍ଶନ କରି କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବା ସହ ଅବଶିଷ୍ଟାଂଶ କାର୍ଯ୍ୟ ତ୍ୱରାନ୍ୱିତ କରି ସମୟସୀମା ମଧ୍ୟରେ ଶେଷ କରି TP Northern Odisha Distribution Limited କୁ ସେଠାରେ ସବ-ଷ୍ଟେସନ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। CMO Odisha Capital Region Urban Transport


ଜିଲ୍ଲାପାଳ କେନ୍ଦୁଝରର ବିଭିନ୍ନ ଅଞ୍ଚଳରେ ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲ୍ ସ୍ଥଳୀ, ବହୁ ତାରକା ହୋଟେଲ୍, ଟେକ୍ସଟାଇଲ ପାର୍କ, ଜେଲ ଓ ଟେକ ପାର୍କ ନିର୍ମାଣ ସ୍ଥଳୀ ପରିଦର୍ଶନ କରି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।CMO Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Science & Tech Dept, Odisha


କେନ୍ଦୁଝର ଜିଲ୍ଲା ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ! Skill India ଦ୍ୱାରା ପୂର୍ବାଞ୍ଚଳର ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବେ ITI BARBIL ମନୋନୀତ ହୋଇ #BharatSkillNXT2025 ର ଉଦ୍ଘାଟନୀ ସମାରୋହରେ ପୁରସ୍କୃତ ହୋଇଛି। ଏହି ସଫଳତା ଔଦ୍ୟୋଗିକତା ଶିକ୍ଷାର ପ୍ରସାର ନିମନ୍ତେ ଆମ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। CMO Odisha


ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ସଶକ୍ତ କରିବ "ଶକ୍ତିଶ୍ରୀ" CMO Odisha Suryabanshi Suraj I & PR Department, Odisha #HigherEducation


ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ରୋଗୀ ମାନଙ୍କ ଲାଗି ଉପଲବ୍ଧ ଥିବା ସୁବିଧା ଓ ଭିତ୍ତିଭୂମିର ସମୀକ୍ଷା କରିବା ସହ ଅଧିକ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଛନ୍ତି। CMO Odisha H & FW Dept Odisha


ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ନିବାରଣ ଆଇନ #POSHACT2013 ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଏକ ସୁରକ୍ଷିତ ଓ ଉତ୍ତମ ପରିବେଶ ପ୍ରଦାନ କରାଯିବା ପାଇଁ ଜରୁରୀ ସୂଚନା ଓ ଆଇନ ବିଷୟରେ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅବଗତ କରାଯାଇଛି। CMO Odisha
